Disclaimer

Content on this site is the opinion of the author based on his study, research and news.

Copyright © 2020 Deepak Jena. All Right Reserved.

Monday, October 26, 2020

My Maiden Book "Subarna Bharat" got published

My Maiden Book "Subarna Bharat" got published

The main purpose of this book is to try to introduce Indian society as a deer musk with its invisible potential and real facts.

ପୁସ୍ତକର ମୂଳ ଉଦ୍ଦେଶ୍ୟ


ଏହି ପୁସ୍ତକଟି ଆଧୁନିକ ବିଜ୍ଞାନ ପରିପ୍ରେକ୍ଷୀରେ ଭାରତୀୟ ପ୍ରାଚୀନ ବିଜ୍ଞାନର ସାମର୍ଥ୍ୟକୁ ତଥ୍ୟାତ୍ମକ ଭାବେ ତୁଳନା କରି ଏହାର ଅଦୃଶ୍ୟ ତଥା ବାସ୍ତବିକ ରୂପରେଖ ଗୁଡିକୁ ସାମ୍ନାକୁ ଆଣିଥାଏ । ଉନ୍ନତ ଭାରତୀୟ ସଭ୍ୟତାର ଅବନ୍ନତି ହେବା ପଛରେ ବାସ୍ତବିକ କାରଣ ଓ ଇତିହାସର ପ୍ରତିପାଦନ କରିବା ସହିତ ରାଜନୈତିକ ବିଚାରଧାରା ଓ ପ୍ରବଞ୍ଚ ଆଦିର ଲୁକ୍କାୟିତ ଦିଗ ଗୁଡିକ ଉପରେ ମଧ୍ୟ ଏହା ତଥ୍ୟାତ୍ମାକ ଵ୍ୟାଖ୍ୟାନ କରିଥାଏ । ମୃଗ ରୂପି ଭାରତୀୟ ସମାଜକୁ ନାଭିର କସ୍ତୁରୀ ରୂପି ଏହାର ଅଦୃଶ୍ୟ ସାମର୍ଥ୍ୟ ଓ ବାସ୍ତବିକ ତଥ୍ୟ ସାଥେ ପରିଚିତ କରିବାର ପ୍ରୟାଶ ହିଁ ଏହି ପୁସ୍ତକଟିର ମୂଳ ଉଦ୍ଦେଶ୍ୟ ।

 

ଆବଶ୍ୟକୀୟ ସୂଚନା

ପ୍ରକାଶକ ସଂସ୍ଥା - ଶାଶ୍ୱତ ପ୍ରକାଶନ

ଭାଷା - ଓଡ଼ିଆ

ଶ୍ରେଣୀ - ଅଣ-କାଳ୍ପନିକ / ଇତିହାସ 

ISBN - 978-81-945989-8-5

 

ଅଧ୍ୟାୟ ବିଷୟ
୨୧
ପୃଷ୍ଠା ସଂଖ୍ୟା ୨୪୦
ଶବ୍ଦ ସଂଖ୍ୟା ୫୬,୪୪୨

ପୁସ୍ତକର ମୂଲ୍ୟ 

ପେପେର ଵ୍ୟାକ(Paperback)  ₹ ୩୮୦
ଆମାଜନ କିଣ୍ଡଲୀ(Amazon kindle) ₹ ୨୦୦

  

କେଉଁଠାରେ ଅର୍ଡର କରିବେ ?

 

କିମ୍ବା ଆପଣଙ୍କର ନିକଟତମ ପୁସ୍ତକ ଭଣ୍ଡାରରେ ପାଇପାରିବେ ।

 

ପୁସ୍ତକ ବିଷୟରେ ସମ୍ୟକ ଧାରଣା

 

ନିଜ ରାଜ୍ୟର ପରିସୀମା ଏବଂ ଶ୍ରେଷ୍ଠ ମାନୁଥିବା ନିଜର ଏକ ନିର୍ଦ୍ଧିଷ୍ଟ ବିଚାରଧାରାକୁ ସମ୍ପ୍ରସାରଣ କରିବାର ସଫଳ ତଥା ବର୍ବର ମନୋବୃତ୍ତି ବିଶ୍ୱର ଅନେକ ମହାନ ଓ ମହତ୍ତ୍ୱପୂର୍ଣ୍ଣ ପୁରାତନ ସଭ୍ୟତା ଗୁଡିକୁ ସମ୍ପୂର୍ଣ ଭାବେ ବିଲୁପ୍ତ କରିଦେଇଥିବା ବେଳେ ଏହାଠୁ ଅଧିକ ତାଣ୍ଡବର ଦୃଶ୍ୟ ଦେଖିଥିବା ଭାରତ ଏକମାତ୍ର ପୁରାତନ ଜୀବିତ ସଭ୍ୟତା ଭାବେ ଆଜିବି ନିଜର ଉପସ୍ଥିତି ଜାହିର କରେ । ବିଦେଶୀମାନଙ୍କର ଶାସନ ଓ ବିଚାରଧାରାର ଅଧୀନତ୍ଵ ହୋଇ ଲୁଟ, ନର ସଂହାର, ଧ୍ୱଂସ, ବର୍ବରତା ତଥା ଅତ୍ୟାଚାର ସହିତ ସହସ୍ର ବର୍ଷ ଅତିବାହିତ କରିଥିବା ଭାରତ ଏହାର ଅନେକ ଅତୁଳନୀୟ ସାମର୍ଥ୍ୟ ଓ ଐତିହମାନ ହରାଇଥିବା ବେଳେ ପରବର୍ତ୍ତୀ ସମୟରେ ପାଶ୍ଚାତ୍ୟ ଏବଂ ନିଜର ଆଧୁନିକ ବୁଦ୍ଧିଜୀବୀ ଓ ରାଜନୈତିକ ବର୍ଗଦ୍ୱାରା ଉପେକ୍ଷା ଓ ବୌଦ୍ଧିକ ଅତ୍ୟାଚାର ସହନରୁ ବର୍ତ୍ତି ପାରିନାହିଁ । ଏକଦା ସୁବର୍ଣ୍ଣର ପକ୍ଷୀ ବୋଲାଉଥିବା ଭାରତ ଏହାର ଜ୍ଞାନର ଅପାର ଭଣ୍ଡାର, ସାମାଜିକ ସଦ୍ଭାବନା, ଅର୍ଥନୈତିକ ଶକ୍ତି ଏବଂ ବିଶେଷ କରି ବିଜ୍ଞାନର ଦକ୍ଷତା ଏହାକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଥିଲା । ଆଧୁନିକ ଭାଷାରେ ବିଶ୍ୱର ପ୍ରଥମ ଧର୍ମ ସନାତନ ଧର୍ମ ବ୍ୟତୀତ ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ପରି ଅନେକ ଅଗ୍ରଧାଡିର ଧର୍ମ ଏବଂ ଧାର୍ମିକ ସମ୍ପ୍ରଦାୟ ଗୁଡିକର ଉତ୍ପତି ଏହିଠାରେ ହୋଇଥିବା ବେଳେ, ସମସ୍ତ ମତ ମାନ୍ୟତାକୁ ସମ୍ମାନ ଦେଇ ସେଗୁଡିକର ପୃଷ୍ଠପୋଷକତା କରିବାପାଇଁ ନିଜର ଶାହାଣ ମେଲା କରିଥିବା ଭାରତ ସର୍ବଦା ଜ୍ଞାନ ଏବଂ ବୌଦ୍ଧିକ ବିକାଶର ଭୂଖଣ୍ଡ ଭାବେ ନିଜର ପରିଚୟ ସୃଷ୍ଟି କରିଆସିଛି । ବିଦେଶୀ ଓ ସେମାନଙ୍କର ଭାରତୀୟ ଅନୁଗାମୀ ମାନଙ୍କ ଦ୍ୱାରା ନିଜର ଶାସନ ଓ ବିଚାର ଧାରାକୁ ବୈଧ୍ୟ ଦର୍ଶାଇବାପାଇଁ ଗଢାଯାଇଥିବା "ଅନୁନ୍ନତ ସମାଜ" ର ଏକ କାଳ୍ପନୀୟ ଛାପ ଭାରତୀୟ ମାନଙ୍କୁ ନିଜର ବାସ୍ତବିକ ପାର୍ଥିବ ରୂପ ପ୍ରତି ଧ୍ୟାନ ହଟାଇ ଉକ୍ତ ଛାପର ଛାୟାକୁ ନିଜ ସଭ୍ୟତାର ବାସ୍ତବିକ ରୂପ ଭାବେ ମାନିନେବାକୁ ବାଧ୍ୟ କରିଆସୁଛି । ଭାରତୀୟ ସଭ୍ୟତା ନିଜର ଅନେକ ବହୁ ମୂଲ୍ୟବାନ ଜ୍ଞାନ, ବିଜ୍ଞାନ, ସାମାଜିକ, ଓ ଅର୍ଥନୈତିକ ସମ୍ପତ୍ତି ଆଦି ହରାଇଥିଲେ ସୁଦ୍ଧା ଉକ୍ତ କ୍ଷେତ୍ରରେ ଆଜିବି ବହୁଳ ପରିମାଣରେ ପ୍ରାଚୀନ ସମ୍ପତି ଉପଲବ୍ଧ ରହିଅଛି ଯାହାର ଉପଯୋଗ (ଆଜିର ପ୍ରାୟ ସମସ୍ତ କ୍ଷେତ୍ରରେ ଅନ୍ୟ ଦେଶ ଗୁଡିକ ମଧ୍ୟରେ ଦୌଡରେ ପଛରେ ପଡ଼ିଯାଇଥିବା) ଏହି ସମାଜକୁ ଉକ୍ତ କ୍ଷେତ୍ର ଗୁଡିକରେ ଅଭିବୃଦ୍ଧିର ଏକ ଚରମ ସୋପାନରେ ପହଞ୍ଚାଇପାରିବାର ସାମର୍ଥ୍ୟ ରଖିଥାଏ । ମାତ୍ର ଭାରତୀୟ ସଭ୍ୟତାର ଉକ୍ତ ସାମର୍ଥ୍ୟ ଆଜି ନିଜର ଆଧୁନିକ ପିଢ଼ି ପାଖରେ ଅଦୃଶ୍ୟ ସାଜି ମୃଗର ନାଭି ମଧ୍ୟରେ ଥିବା କସ୍ତୁରୀ ଭାତି ପ୍ରତୀତ ହେଉଅଛି । ଫଳସ୍ୱରୂପ ଭାରତୀୟ ଆଧୁନିକ ବର୍ଗ ପାଶ୍ଚାତ୍ୟ ଚିନ୍ତାଧାରାରେ ଓତଃପ୍ରୋତଃ ହୋଇ ନିଜର ବାସ୍ତବିକ ଦକ୍ଷତାକୁ ନଗଣ୍ୟ ମାନି କେଜାଣି ଅନ୍ୟ କେଉଁ କସ୍ତୁରୀର ବାସ୍ନା ଅନ୍ୱେଷଣରେ ନିଜକୁ ଆଧୁନିକତାର ଦୌଡରେ ସାମିଲ କରିନେଇଛି .....

ଲେଖକଙ୍କ ପରିଚୟ

 

ଭାରତର ଏକ ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାର ଏକ ଦୁର୍ଗମ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ଦୀପକ ଜେନାଙ୍କର ପିଲାଦିନ ଭାରତୀୟ ପ୍ରାଚୀନ କାହାଣୀ ଶୁଣିବାରେ ଅତିବାହିତ ହୋଇଥିଲା । ସେ ଉତ୍କଳ ବିଶ୍ୱବିଧ୍ୟାଳୟରୁ ଇତିହାସ ଓ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଥିବା ସହିତ କର୍ଣ୍ଣାଟକର କୂଭେମ୍ପୁ ବିଶ୍ୱବିଧ୍ୟାଳୟରୁ ସୂଚନା ପ୍ରଯୁକ୍ତିବିଦ୍ୟାରେ ବିଏସସି ହାସଲ କରିଛନ୍ତି । ବୃତ୍ତିଗତ ଭାବେ ଜଣେ ସଫ୍ଟୱାର ଇଂଜିନିୟର ହୋଇଥିବାବେଳେ ସେ ବର୍ତ୍ତମାନ ହାଇଦରାବାଦରେ ରହି ଏକ ବହୁରାଷ୍ଟ୍ରୀୟ ସଫ୍ଟୱାର କମ୍ପାନୀରେ କାର୍ଯ୍ୟରତ । ଇତିହାସ ଏବଂ ଭାରତୀୟ ପ୍ରାଚୀନ ଗ୍ରନ୍ଥଗୁଡ଼ିକ ଉପରେ ଅଧ୍ୟୟନ ଓ ଅନୁସନ୍ଧାନ କରିବା ପ୍ରତି ତାଙ୍କର ସର୍ବଦା ଆଗ୍ରହ ତଥା ଉତ୍ସାହ ରହି ଆସିଛି । ସେ କୁହନ୍ତି - "ସୂଚନା ପ୍ରଯୁକ୍ତିବିଦ୍ୟା ହେଉଛି ମୋର ବୃତ୍ତି, ମାତ୍ର ଇତିହାସ ଏବଂ ରାଜନୀତି ବିଜ୍ଞାନ ମୋର ଉତ୍ସାହ ଅଟେ ।"

ଭାରତୀୟ ପ୍ରାଚୀନ ବିଜ୍ଞାନ ଏବଂ ଇତିହାସର ସର୍ବ ସାଧାରଣରେ ଅବିଦ୍ୟାମାନ ତଥ୍ୟ ଗୁଡିକୁ ଜେନା ସର୍ବଦା ସ୍ୱଚ୍ଛ ଏବଂ ପାରଦର୍ଶୀତାର ସହିତ ପରିବେଷଣ କରିବା ପ୍ରତି ଜୋର ଦେଇଥାନ୍ତି ।

 

 

Comments

;